The Topmost

“The eyes believe themselves, the ears believe other people.”

ଦେଶରେ ମହଙ୍ଗା ହେବାକୁ ଯାଉଛି ଇଲେକ୍ଟ୍ରିକ୍ ବାଇକ୍ ଓ କାର୍

ମହଙ୍ଗା ହେବ ଇଲେକ୍ଟ୍ରିକ୍ ଗାଡି । ଇ-ବାଇକ୍ କିଣିବାକୁ ପ୍ଲାନ୍ କରୁଥିବା ଲୋକଙ୍କ ପାଇଁ ଆସିଛି ଖରାପ ଖବର । ଖୁବଶୀଘ୍ର ଦେଶରେ ମହଙ୍ଗା ହେବାକୁ ଯାଉଛି ଇଲେକ୍ଟ୍ରିକ୍ ବାଇକ୍ ଓ କାର୍ । ପେଟ୍ରୋଲ, ଆଉ ଡିଜେଲ ଦାମ୍ ବହୁତ ଅଧିକ ବଢିଯିବା ହେବା ପରେ, ଲୋକମାନେ ଇ-ବାଇକ୍ କିଣିବାକୁ ଆଗ୍ରହ ଦେଖାଉଥିଲେ । ଚାର୍ଜରେ ଚାଲୁଥିବା ଏ ଗାଡି ଚଲେଇବାକୁ ଯେତିକି ସହଜ ଥିଲା ଏହାର ଖର୍ଚ୍ଚ ମଧ୍ୟ ସେତିକି କମ୍ ଥିଲା । ହେଲେ ଆସନ୍ତାବର୍ଷରୁ ଦେଶରେ ଇଲେକ୍ଟ୍ରିକ୍ ଗାଡିର ଦାମ ବଢିବାକୁ ଯାଉଛି । ଇ-ବାଇକରେ ବ୍ୟବହାର କରାଯାଉଥିବା ବ୍ୟାଟେରୀର ଦାମ ବଢିବା କାରଣରୁ, ଗାଡିର ଦାମ ମଧ୍ୟ ବୃଦ୍ଧି ପାଇବ । ସାରା ବିଶ୍ୱରେ ଏବେ ଲିଥିୟମ୍ ଆୟନ୍ ବ୍ୟାଟେରୀର ଦାମ ବୃଦ୍ଧି ପାଇଛି । ପୂର୍ବରୁ ବ୍ୟାଟେରୀର ଦାମ ଯେତିକି ଥିଲା, ଏବେ ସେଥିରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ଦେଶରେ ଖୁବଶୀଘ୍ର ଇ-ବାଇକର ଦାମ ମଧ୍ୟ ମହଙ୍ଗା ହେବ ବୋଲି କୁହାଯାଉଛି ।