ଅତି ଖରାପ ସ୍ତରରେ ଦିଲ୍ଲୀ ପ୍ରଦୂଷଣ । ଶୀତ ବଢ଼ୁଥିବା ବେଳେ ପ୍ରଦୂଷଣ ଅତିରୁ ଅତି ଖରାପ ସ୍ତରରେ ପହଞ୍ଚିଛି । ଗତ କିଛିଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ AQI ସ୍ତର ଅତି ଖରାପରେ ରହିଛି । ଏୟାର କ୍ବାଲିଟି ଖରାପ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । ଆଜି ସକାଳୁ ଦିଲ୍ଲୀ AQI ୩୭୫ ରେକର୍ଡ ହୋଇଛି । ରାଜଧାନୀର ୩୫ AQI ଷ୍ଟେସନ ମଧ୍ୟରୁ ୩୧ ଷ୍ଟେସନରେ ପ୍ରଦୂଷଣ ମାତ୍ରା ଅତି ଖରାପ ରହିଥିବା ରିପୋର୍ଟ ଦେଇଛି ସିପିସିବି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ଷ୍ଟେଜ-୩ ଆଧାରରେ ଜରୁରୀ ନଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଇଟା ଭାଟି ଓ ଷ୍ଟୋନ କ୍ରସର ଉପରେ କଟକଣା ଲଗାଯାଇଛି ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ