ମୁଁ ବ୍ୟସ୍ତ ଅଛି । ପଚରାଉଚରା ପାଇଁ ଯାଇପାରିବି ନାହିଁ । ସିବିଆଇ ସମନ ମିଳିବା ପରେ ଏଭଳି କହିଲେ କେ କବିତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଡିସେମ୍ବର ୨ରେ କେ କବିତାଙ୍କୁ ଜେରା ପାଇଁ ସମନ କରିଥିଲା । କବିତାଙ୍କର ମଦ ବ୍ୟବାସାୟୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ସେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାରରେ ସାମିଲ ଥିବା ନେଇ କେତେକ ପ୍ରମାଣ ମିଳିଛି । ଏ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ତାଙ୍କୁ ଜେରା କରିବାକୁ ସମନ କରିଥିଲା। ଡିସେମ୍ବର ୬ରେ କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅଦାଲତରେ ଇଡି ଦାଖଲ କରିଥିବା ରିପୋର୍ଟରେ ମଧ୍ୟ କବିତାଙ୍କ ନାମ ଉଲ୍ଲେଖ ଥିଲା।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ