୨୦ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଛଟେଇ କରିପାରେ ଆମାଜନ । ନିକଟରେ ଆସିଥିବା ଛଟେଇ ରିପୋର୍ଟ ତୁଳନାରେ ଏହା ଦୁଇ ଗୁଣ ଅଧିକ ରହିଛି । ରିପୋର୍ଟ ଅନୁଯାୟୀ, କମ୍ପାନି ଅନେକ ବିଭାଗରୁ ଛଟେଇ କରିପାରେ । ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍ର କର୍ମଚାରୀ ସାମିଲ୍ ଅଛନ୍ତି । ଆଗାମୀ ମାସରେ ଏସବୁ କର୍ମଚାରୀଙ୍କୁ ଛଟେଇ କରିପାରେ ଆମାଜନ । ସୂଚନା ଅନୁସାରେ, ଆମାଜନର ସିଇଓ ଆଣ୍ଡି ଜେସି ନିକଟରେ ଏହାର ସୂଚନା ଦେଇଥିଲେ ଯେ, କମ୍ପାନିର ଅନେକ ବିଭାଗରୁ କର୍ମଚାରୀ ଛଟେଇ କରାଯିବ । ହେଲେ ସେ କେତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରାଯିବ ତାହା ସ୍ପଷ୍ଟ କରିନଥିଲେ । ଯାହାକି ବର୍ତ୍ତମାନ ସ୍ଥିର ହୋଇଥିବା ସଂଖ୍ୟାରୁ ଦୁଇ ଗୁଣା ଅଧିକା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ