ଆଜି ଦିଲ୍ଲୀ ଏମସିଡି ନିର୍ବାଚନ । ବିଶ୍ବର ସବୁଠାରୁ ବଡ଼ ନଗର ନିଗମ ନିର୍ବାଚନ । ବିଜେପି ଓ ଆପ୍ ମଧ୍ୟରେ ହେବ ସିଧାସଳଖ ଟକ୍କର । ୨୫୦ ଓ୍ବାର୍ଡରେ ହେଉଥିବା ଏହି ନିର୍ବାଚନରେ ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଉଭୟ ବିଜେପି ଓ ଆପ୍ ପାଇଁ ଅଗ୍ନିପରୀକ୍ଷା । ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରାୟ ୪୦ ହଜାର ପୋଲିସ କର୍ମୀ, ୨୦ ହଜାର ହୋମଗାର୍ଡ ଏବଂ ଅର୍ଦ୍ଧସୈନିକ ବଳ ତଥା ରାଜ୍ୟ ସଶସ୍ତ୍ର ପୋଲିସ ବଳର ୧୦୮ କମ୍ପାନୀ ନିୟୋଜିତ ହୋଇଛନ୍ତି । ସମ୍ୱେଦନଶୀଳ କ୍ଷେତ୍ରରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ୬୦ ଡ୍ରୋନର ବ୍ୟବହାର କରାଯିବ । ନିର୍ବାଚନକୁ ନଜରରେ ରଖି ପୋଲିସ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ତଥା ମତଦାତାଙ୍କୁ ପ୍ରୋଲଭନ ଦେଖାଉଥିବା ଘଟଣା ଉପରେ ନଜର ରହିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ