The Topmost

“The eyes believe themselves, the ears believe other people.”

କରୋନା ପରେ ବଢିଲା ହୃଦଘାତ୍

କରୋନା ପରେ ବଢୁଥିବା ହୃଦଘାତ ହାର ଡାକ୍ତରଙ୍କୁ ବି ଚିନ୍ତାରେ ପକାଇଛି । ଏଥିରେ ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪୫ ଜଣ ଡାକ୍ତରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୩ ଦିବସୀୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାହାରୁ ଆସିଥିବା ବିଶେଷଜ୍ଞ ଡାକ୍ତର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ତେବେ ଏହାର ସବୁଠୁ ଖାସ କଥା ହେଉଛି ଏଥିରେ ହୃଦଘାତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଡାକ୍ତରଙ୍କୁ ବୈଜ୍ଞାନିକ ପ୍ରଶିକ୍ଷଣ ଦିଆଯିବା ସହ ପ୍ରାଥମିକ ଉପଚାର ଲାଗି ହସ୍ପିଟାଲ ପହଞ୍ଚାଇବାର ଉପାୟ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ସାର୍ଟିଫିକେଟ୍ କୋର୍ସ ପୁରା ହେବା ପରେ ଡାକ୍ତରମାନେ ପୋଲିସ, ଟ୍ରାଫିକ ପୋଲିସ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହ ଅଟୋ ଚାଳକଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହା ଦ୍ୱାରେ କେଉଁଠାରେ ବି କେତେବେଳେ ଲୋକଙ୍କୁ ହୃଦଘାତ ପଡିବା ସହ ତତ୍କାଳ ଲୋକଙ୍କୁ ପ୍ରାଥମିକ ଉପଚାର ମିଳିପାରିବ ।