ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲି କରିବେ ବୋଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ । ଲୋକସଭା ଉପନିର୍ବାଚନ ପାଇଁ ମୈନପୁରୀରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଲି0 । ଯାହାକୁ ନେଇ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଚିଠି ଲେଖି ପ୍ରତି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଲି ଯୋଗୁଁ ରାସ୍ତା ଭିଡ ରହିବ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟା ଭୋଗିବେ । ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ