ଆଜିକୁ 83 ଦିନରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା । ଦଳ ଓ ସଂଗଠନକୁ ମଜବୁତ କରିବା ଓ ଲୋକଙ୍କୁ ବିଜେପି ସରକାର ବିରୋଧରେ ଜାଗୃତ କରିବା ଲକ୍ଷ୍ୟରେ ରାହୁଲ ଗାନ୍ଧୀ ଏହି ପଦଯାତ୍ରା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ କରିଛନ୍ତି । ଏହି କ୍ରମରେ ରାହୁଲଙ୍କ ସହ ବିଭିନ୍ନ ସମୟରେ ଦଳୀୟ କର୍ମୀଙ୍କ ସହ ସାମାଜିକ କର୍ମୀ ଓ ଅଭିନେତା ଅଭିନେତ୍ରୀମାନେ ଯୋଡି ହେଉଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ପୂଜା ଭଟ୍ଟ ଓ ରିୟା ସେନଙ୍କ ପରେ ଆଜି ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ରାହୁଲଙ୍କ ସହ ସ୍ୱରା ଚାଲୁଥିବାର ଭିଡିଓ କଂଗ୍ରେସ ଦଳ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ