ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି । ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପରେ ସରକାର ଜାରି କରିପାରନ୍ତି ନୂଆ ନିର୍ଦ୍ଦେଶାନାମା । ଗତ କିଛି ମାସ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ନୀତିକୁ ଜୋରଦାର ବିରୋଧ କରାଯାଇଥିଲା । ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର କଟକଣା କୋହଳ କରିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିପାରନ୍ତି । ଗତ କିଛି ଦିନ ଧରି ବେଜିଂ ଓ ସାଂଘାଇ ସମେତ ଚୀନର ପ୍ରମୁଖ ସହରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ବେଳେ ଜନସାଧାରଣ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତପା ଦାବି କରିଥିଲେ ।
More Stories
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ
ଲଗଜୁରୀ ହୋଟେଲରୁ ବଳିଗଲା ବନ୍ଦେଭାରତ ସ୍ଲିପର୍ ଟ୍ରେନ୍