ଶ୍ରଦ୍ଧା ୱାଲକର ହତ୍ୟା କାଣ୍ଡ ପରେ ଦିଲ୍ଲୀରେ ପୁଣି ଚାଞ୍ଚଲ୍ୟ । ସମାନ ଢଙ୍ଗରେ ସାମନାକୁ ଆସିଛି ଆଉ ଏକ ହତ୍ୟା । ପୁଅ ସହ ମିଶି ସ୍ୱାମୀଙ୍କୁ ନିର୍ମମ ହତ୍ୟା ସହ ୨୨ ଖଣ୍ଡ କରି ଫ୍ରିଜରେ ରଖିଥିଲେ ମହିଳା । ଅଫତାବ ଭଳି ସେମାନେ ତାଙ୍କୁ ହତ୍ୟା କରିବା ପରେ ଶରୀରକୁ ୨୨ ଖଣ୍ଡ କରି ଫ୍ରିଜରେ ରଖିବା ଘଟଣାର ଖୁଲାସା କରିଛି ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ । ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ମା, ପୁଅ ଏଭଳି ନୃଶଂସ କାମ କରିବାକୁ ପଛାଇ ନାହାଁନ୍ତି । ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଲ୍ଲୀରେ ବିଭନ୍ନ ସ୍ଥାନରେ ମାଟି ତଳେ ପୋତି ଦେଇଥିବା ପୁଲିସ କହିଛି । ଜୁନ୍ ମାସରେ ହୋଇଥିବା ଏହି ହତ୍ୟାକାଣ୍ଡର ୫ ମାସ ପରେ ଖୁଲାସା ହୋଇଛି । ଏହି ଘଟଣାକୁ ନେଇ ସାମ୍ନାକୁ ମଧ୍ୟ ଆସିଛି କିଛି ସିସିଟିଭି ଫୁଟେଜ । ଯେଉଁଥିରେ ପୁଅ ଦୀପକ ବାପାର ଶରୀର ଖଣ୍ଡକୁ ନେଇ ଫୋପାଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି । ହତ୍ୟା ପୂର୍ବରୁ ସ୍ୱାମୀକୁ ନିଦ ବଟିକା ଦେଇଥିଲେ । ସ୍ୱାମୀ ଅଞ୍ଜନ ଦାସଙ୍କର ଅନୈତିକ ସମ୍ପର୍କକୁ ନେଇ ପତ୍ନୀ ପୁନମ ଜାଣିବାକୁ ପାଇଥିଲେ । ବହୁବାର ସ୍ୱାମୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଶେଷରେ ଏପରି ନିଷ୍ପତ୍ତି ନେଇଥଲେ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ