ଋୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟଙ୍କ ବଡ ବୟାନ । ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଟେଲନବର୍ଗ କହିଛନ୍ତି ଯେ ସ୍ଥିତି ଯାହା ବି ହେଉ ନାଟୋ ପଛକୁ ହଟିବ ନାହିଁ । ୟୁକ୍ରେନକୁ ନାଟୋ ସବୁପ୍ରକାର ସହଯୋଗ କରିବ ବୋଲି ନାଟୋ ମୁଖ୍ୟ କହିଛନ୍ତି । ଏଥିସହ ରୁଷ ଉପରେ ଅଭିଯୋଗ ଆଣି ଷ୍ଟୋଲେନବର୍ଗ କହିଛନ୍ତି ଯେ ରୁଷ ଲଗାତାର ୟୁକ୍ରେନର ଶକ୍ତି ଭିତିଭୂମି ଉପରେ ଆକ୍ରମଣ କରୁଛି । ଏବେ ୟୁକ୍ରେନକୁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଆଗାମୀ ସପ୍ତାହରେ ବୁଖାରେଷ୍ଟରେ ବସିବାକୁ ଥିବା ନାଟୋର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ଚର୍ଚ୍ଚା ହେବ । ଏବଂ ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବା ଉପରେ ଆଲୋଚନା କରାଯିବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ