The Topmost

“The eyes believe themselves, the ears believe other people.”

ବେଲ୍ ଦେବାକୁ ଡରନ୍ତି ବିଚାରପତି

ଆକ୍ରମଣ ଭୟରେ ବେଲ୍ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି’। ଶନିବାର ଏକ ଅଭିନନ୍ଦନ ସମାରୋହରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ” ଜାମିନ ପ୍ରଦାନ କରିବା ଦିଗରେ ଅନିଚ୍ଛା କାରଣରୁ ଉଚ୍ଚନ୍ୟାୟପାଳିକାରେ ବେଲ୍ ଆବେଦନ ପତ୍ର ଭରିଗଲାଣି । ବିଚାରପତିମାନେ ତୃଣମୂଳସ୍ତରରେ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଅପରାଧରର ଗୁରୁତ୍ୱ ବୁଝୁ ନାହାନ୍ତି ବରଂ ଜଘନ୍ୟ ମାମଲାରେ ଏଥିପାଇଁ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯେ କାଳେ ସେମାନଙ୍କୁ ଆକ୍ରମଣ କରାଯିବ।”