The Topmost

“The eyes believe themselves, the ears believe other people.”

କାଠୁଆ ଦୁଷ୍କର୍ମ, କୋର୍ଟଙ୍କ ରାୟ ଅଭିଯୁକ୍ତ ସାବାଳକ

ଜମ୍ମୁକାଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଶୁଭମ ସାଙ୍ଗରା ଉପରେ ସାବାଳକ ଭାବେ କେସ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିମ୍ନ ଅଦାଲତ ଆଦେଶକୁ ରଦ୍ଦ କରିଦେଇଛନ୍ତି । ଏହି ରିପୋର୍ଟରେ ଅଭିଯୁକ୍ତକୁ ନାବାଳକ ଦର୍ଶାଯାଇଛି । ଜଷ୍ଟିସ ଜେବି ପାରଦିବାଲା କହିଛନ୍ତି କୌଣସି ଅଭିଯୁକ୍ତର ଯଦି ବୟସ ଜାଣିହେଉନାହିଁ ତେବେ ଏଭଳି ସ୍ଥିତିରେ ଡାକ୍ତରଙ୍କ ଉପଦେଶ ନେବା ଦରକାର । ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ପାରଦିବାଲାଙ୍କ ବେଞ୍ଚ ଜମ୍ମୁ-କାଶ୍ମୀର ପ୍ରଶାସନର ଅପିଲ ଉପରେ ଫଇସଲା ଶୁଣାଇଛନ୍ତି ।