The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତି ପଦ ପାଇଁ ଛାଡିନି ଲୋଭ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସବୁ ବେଳେ ନିଜ ବିସ୍ଫାରକ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଟ୍ରମ୍ପ  ପୁଣି‌ଥରେ ଶାସନ କ୍ଷମତାକୁ ଆସିବା ପାଇଁ ମନବଳାଇଛନ୍ତି । ଏ‌ଥିପାଇଁ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେ । ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିସହ ରାଷ୍ଟ୍ରପତି ଲାଗି ବିଡ୍‌ ଦାଖଲ କରିଛନ୍ତି ଟ୍ରମ୍ପ ।  ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ  ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ।