କନ୍ୟାଭୃଣ ହତ୍ୟା ରୋକିବାକୁ ପଦକ୍ଷେପ । ଏଣିକି ସାବାଡ୍ ହେବେ ବେଆଇନ୍ କ୍ଲିନିକ୍ । ବେଆଇନ ଲିଙ୍ଗ ନିରୂପଣ ରୋକିବାକୁ ନୂଆ ପ୍ରୟାସ । ବେଆଇନ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ମିଳିବ ପୁରସ୍କାର । ତଥ୍ୟ ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ୩ଟି ପର୍ଯ୍ୟାୟରେ ଦିଆଯିବ ପୁରସ୍କାର ରାଶି । ସୂଚନାର ସଠିକତା ଯାଞ୍ଚ ପରେ ମିଳିବ ୧୦ହଜାର ଟଙ୍କା । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେଲେ ମିଳିବ ଆଉ ୧୦ ହଜାର । ଦୋଷୀ ସାବ୍ୟସ୍ତ ହେବା ପରେ ସୂଚନାଦାତାଙ୍କୁ ମିଳିବ ତୃତୀୟ କିସ୍ତି । ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ତଥ୍ୟ ପ୍ରଦାନକାରୀଙ୍କ ପାଇଁ ସୃଷ୍ଟି କରାଯିବ ବିଶ୍ବସ୍ତ ନେଟଓ୍ବର୍କ ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ