The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦଳ ଅସନ୍ତୋଷ

 ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଆଦେଶ । ଘଟଣାକୁ ନେଇ ଅସହମତ ହୋଇଛି ଦଳ । ଦଳ ତରଫରୁ କୁହାଯାଇଛି କି, ସୁପ୍ରିମକୋର୍ଟର ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଓ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ । କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ଏହା ଦୁଭାଗ୍ୟପୂର୍ଣ୍ଣ , ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ଭାବନା ବିରୋଧରେ କାର୍ଯ୍ୟ କରିଛି । ଆଜି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ୬ ଜଣ ଯାକ ଦୋଷୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।