The Topmost

“The eyes believe themselves, the ears believe other people.”

ଖୁବଶୀଘ୍ର ତିନି ପ୍ରମୁଖ ଦଳ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ

ପଦ୍ମପୁର ଉପନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଖୁବଶୀଘ୍ର ତିନି ପ୍ରମୁଖ ଦଳ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ । ଏଥିସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ନଭେମ୍ବର ୧୭ରେ ସରିବ ପ୍ରକ୍ରିୟା । ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଯୋଗୁଁ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ତିନି ପ୍ରମୁଖ ରାଜନୈତିକ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ୫ ଥର ବିଧାୟକ ହୋଇଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ପରେ ନୂଆ ଲୋକପ୍ରତିନିଧି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

SHARE BY