The Topmost

“The eyes believe themselves, the ears believe other people.”

ଦିନକରେ ୧୧ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ବିଦା

ଫେସବୁକ କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଃଖଦ ଖବର । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆରମ୍ଭ ହୋଇଛି ଛଟେଇ । ଫଳରେ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନୀର କମୁଥିବା ରାଜସ୍ୱ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ସେପଟେ ଆଗାମୀ ଦିନରେ କମ୍ପାନୀ ତରଫରୁ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଇଛି । ମେଟା କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ଏକ ବ୍ଲଗ ପୋଷ୍ଟରେ ଲେଖିଥିଲେ କି କମ୍ପାନୀ ଇତିହାସରେ ସବୁଠାରୁ ବଡ କଠିନ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କମ୍ପାନୀ ତାର ନିଯୁକ୍ତି ପରିସରକୁ ୧୩ ପ୍ରତିଶତ କମ କରିବାକୁ ଯାଉଛି ।