The Topmost

“The eyes believe themselves, the ears believe other people.”

ଇଡି ଏବଂ ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି

ବରିଷ୍ଠ କଂଗ୍ରେସ ‌ନେତା ପି ଚିଦମ୍ବରମଙ୍କ ବିଜେପିକୁ କଟାକ୍ଷ । ବିରୋଧୀ ଦଳ ନେତାଙ୍କ ଉପରେ ସିବିଆଇ ଚଢ଼ଉକୁ ବିରୋଧ କରି ଚିଦମ୍ବରମ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି । ଏବଂ ଉକ୍ତ ତଦନ୍ତକାରୀ ସଂସ୍ଥା ଦ୍ବାରା ୯୫ ପ୍ରତିଶତ ବିରୋଧୀ ଦଳ ନେତା‌ ଗିରଫ ହେଉଛନ୍ତି । ମୋର୍ବି ପୋଲ ଦୁର୍ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ରଖି ଚିଦମ୍ବରମ କହିଛନ୍ତି, ଏହା ଖୁବ୍‌ ଆଶ୍ଚର୍ଯ୍ୟଜନକ ଯେ ଏହି ଘଟଣା ପାଇଁ କେହି କ୍ଷମା ମାଗିଲେନି କି କେହି ଇସ୍ତଫା ଦେଲେନି । ଗୁଜରାଟର ଲୋକଙ୍କୁ ମୁଁ ଏହା ଅନୁରୋଧ କରୁଛି ଯେ ଏହି ସରକାର ବଦଳାଇ କଂଗ୍ରେସକୁ ଗୋଟିଏ ଥର ସୁଯୋଗ ଦିଅନ୍ତୁ।