ୟୁକ୍ରେନ୍ ପାଇଁ ଆମେରିକାର ଯୁଦ୍ଧ ସହାୟତା ପ୍ୟାକେଜ୍ । ୪୦୦ ନିୟୁତ ଡଲାର୍ ପ୍ୟାକେଜ୍ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍’ କ୍ଷେପଣାସ୍ତ୍ର, ‘ଫିନିକ୍ସ୍ ଘୋଷ୍ଟ୍ ଡ୍ରୋନ୍ ଆଦି ଅନେକ ଅସ୍ତ୍ରଶସ୍ତ୍ର ରହିଛି । ଏନେଇ ଶୁକ୍ରବାର ଦିନ ‘ପେଣ୍ଟାଗନ୍’ ଘୋଷଣା କରିଛି । ୟୁକ୍ରେନ୍ ଆଶା କରିଥିବା ଉପରୋକ୍ତ ସହାୟତାରେ ଆକାଶ ମାର୍ଗରୁ ଆକ୍ରମଣ ପ୍ରତିହତ କରାଯିବ ଓ ବିଧ୍ବଂସୀ ଅସ୍ତ୍ର ଆକ୍ରମଣରୁ ନିରାପଦ ରହିବା ଯାନ ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ, ଜର୍ମାନ୍ର ‘ଲେପର୍ଡ’ ଅଥବା ଆମେରିକାର ‘ଆବ୍ରାମ୍ସ୍’ ଭଳି ସର୍ବାଧୁନିକ କମାଣ ଆଗରେ ‘ଟି-୭୨’ କମାଣ ତିଷ୍ଠି ପାରୁନାହିଁ । ତେଣୁ, ‘ଟି-୭୨’ କମାଣରେ ଆବଶ୍ୟକ ଉନ୍ନତିକରଣ ନିମନ୍ତେ ଆମେରିକା ପାଣ୍ଠି ଯୋଗାଇ ଦେବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ