The Topmost

“The eyes believe themselves, the ears believe other people.”

ବୁଲିବାକୁ ଆସି ଡିଜନୀ ଲ୍ୟାଣ୍ଡରେ ଫସିଲେ ପର୍ଯ୍ୟଟକ

ଚୀନର ଡୁଜନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ପର୍ଯଟକ ହନ୍ତସନ୍ତ । ଜଣଙ୍କ ପାଇଁ ବନ୍ଦୀ ହେଲେ ହଜାର ହଜାର ଲୋକ । ଶାଙ୍ଘାଇରେ ଥିବା ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ହଜାର ହାଜର ଲୋକ ସେଠାରେ ହିଁ ଫଶି ରହିଛନ୍ତି । ଡିଜନୀ ପାର୍କ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ ସେଠାରେ ହିଁ ତାଲା ପକାଇ ରଖାଯାଇଛି । କାହାକୁ ବି ବାହାରକୁ ଛଡା ଯାଉନାହିଁ । ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଜିରୋ କୋଭିଡି ପଲିସି ଲାଗୁ କରାଯାଇଛି ।