ଗୁଜୁରାଟ ମୋର୍ବିରେ ହୋଇଥିବା ମର୍ମନ୍ତୁଦ କେବୁଲ ବ୍ରିଜ ଦୁର୍ଘଟଣା । ଏନେଇ ଆସନ୍ତାକାଲି ରାଜ୍ୟବ୍ୟାପୀ ଶୋକ ଘୋଷଣା ହୋଇଛି । ନଭେମ୍ବର ୨, ଅର୍ଥାତ ଆସନ୍ତାକାଲି ଏହି ରାଜ୍ୟବ୍ୟାପୀ ଶୋକ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନନ୍ଦ୍ରେ ମୋଦୀଙ୍କ ଅଧ୍ୟକ୍ଷତାରେ ଗାନ୍ଧୀନଗରସ୍ଥିତ ରାଜଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଟଳିକା ଉପରେ ଜାତୀୟ ପତାକା ଉଡ଼ାଯିବ । କୌଣସି ପ୍ରକାରର ସରକାରୀ ବା ବେସରକାରୀ ଉତ୍ସବ, ଭୋଜି କିମ୍ବା କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ । ମୃତକମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ମୁଁ ସାରା ରାଜ୍ୟବାସୀଙ୍କୁ ନବେଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟ୍ରେ କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ