The Topmost

“The eyes believe themselves, the ears believe other people.”

ଜାଣନ୍ତୁ ନଭେମ୍ବରର ନୂଆ ନିୟମ

ନଭେମ୍ବର ମାସରେ ସାଧାରଣ ଲୋକଙ୍କ ପାଇଁ ରହିଛି କିଛି ନୂଆ ନିୟମ । ପ୍ରତିମାସର ଆରମ୍ଭରୁ କିଛି ନୂଆ ନିୟମ ଲାଗୁ ନେଇ ପୂର୍ବରୁ ସୂଚନା ଦିଆଯାଉଥିବା ବେଳେ ନଭେମ୍ବର ପାଇଁ ମଧ୍ୟ ଏଥିରେ କିଛି ନୂଆ ନିୟମ ଲାଗୁ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡିବ । ଗ୍ୟାସ ସିଲିଣ୍ଡର ଦାମ ବଦଳିବା ହେଉ, ଅବା ଇନସ୍ୟୁରାନ୍ସ ନିୟମରେ ପରିବର୍ତନ, ନଭେମ୍ବର ପହିଲାରୁ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହାସହ ଏକ ହଜାରରୁ ଅଧିକ ଟ୍ରେନ୍ ଟାଇମ୍ ରେ ପରିବର୍ତ୍ତନ, ଓଟିପି ଦେଲେ ଗ୍ୟାସ୍ ସେବା ଏବଂ ଜିଏସ୍ ଟି ନିୟମରେ ପରିବର୍ତ୍ତନ କରାଯାଇଛି ।