The Topmost

“The eyes believe themselves, the ears believe other people.”

ଡୋର ଟୁ ଡୋର କ୍ୟାମ୍ପେନ ସହ ଭୋଟ୍ ହାତେଇବାକୁ ପ୍ରୟାସ

ଉଠୁଛି ପଡୁଛି ପ୍ରଚାର ମୈଦାନ । ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନେତା ମନ୍ତ୍ରୀ । ଆଜି ଦ୍ୱିତୀୟ ଦିନରେ ବି ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସୂରଜଙ୍କ ପାଇଁ ମାଗୁଛନ୍ତି ଭୋଟ୍ । ସେପଟେ ବିଜେଡି ପ୍ରାର୍ଥୀଙ୍କୁ ବହୁମତ ଦେଇ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ହେବିୱେଟ୍ । ବିଜେଡି ମଧ୍ୟ ଧାମନଗରରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି । ଧାମନଗର ଗାଦି ହାତେଇବା ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବଡ ବଡ ହେବିୱେଟ୍ । ଡୋର ଟୁ ଡୋର କ୍ୟାମ୍ପେନ କରି ଭୋଟ ହାତେଇବାକୁ ଜୋରଦାର ପ୍ରୟାସ ଚାଲିଛି । ତେବେ ପ୍ରଚାରରୁ ବାଦ ପଡିନାହାନ୍ତି କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ । କଂଗ୍ରେସ ବି ଦଳୀୟ କର୍ମୀଙ୍କ ପାଇଁ ଧାମନଗରରେ ପ୍ରଚାର କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରାଜୁ ଦାସ ତାଙ୍କ ସମର୍ଥକଙ୍କ ସହ ଜୋରଦାର ପ୍ରୟାସ ଚଲାଇଛନ୍ତି ।