ଯମୁନାର ଦୂଷିତ ପାଣି ଏବେ ଲୋକଙ୍କ ମନରେ ସୃଷ୍ଟି କରୁଛି ଭ୍ରମ । ନଦୀର ପାଣିରେ ବରଫ ପରି ଆସ୍ତରଣ ଭାଷୁଥିବା ଦେଖିବାକୁ ମିଳୁଛି । ଆଜି ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଧଳା ଧଳା ଫେଣ ଭାଷୁଥିବା ବେଳେ ଏଥିରେ ବୁଡ ପକାଇଛନ୍ତି ବିଭି୍ନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁ । ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଛି । ଆସନ୍ତାକାଲିଠୁ ଷଷ୍ଠୀ ପୂଜା ଆରମ୍ଭ ହେଉଥିବା ବେଳେ 31 ତାରିଖରେ ସମାପନ ହେବ । ଏହି ସମୟରେ ଏଭଳି ପ୍ରଦୂଷଣ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ବଢ଼ିଥିବା ଯୋଗୁ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି ପାଇଛି । ବିଶେଷକରି ପଶ୍ଚିମବଙ୍ଗ, ବିହାର ଝାଡଖଣ୍ଡରେ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ