The Topmost

“The eyes believe themselves, the ears believe other people.”

ରୁଷ ସେନା ଉପରେ ୟୁକ୍ରେନ ବ୍ୟବହାର କରୁଛି ଡାର୍ଟି ବମ୍

ୟୁକ୍ରେନ ଉପରେ ରୁଷର ନୂଆ ଅଭିଯୋଗ । ରୁଷ ସେନା ଅକ୍ତିଆର କରୁଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି  । ଏନେଇ ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି । ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ସମକ୍ଷକ ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ । କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବଂର ଏକଥା ମଧ୍ୟ କହିଛି କି ୟୁକ୍ରେନ ପଶ୍ଚିମଦେଶମାନଙ୍କ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛି । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି କି ରୁଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି । ତେଣୁ ନାଟୋ ଏହାକୁ ଖାରଜ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନକ୍ସି କହିଛନ୍ତି ରୁଷର ଅଭିଯୋଗ ପୂରା ମିଛ । ଏଭଳି ଅଭିଯୋଗ ଆଣି ୟୁକ୍ରେନ ଉପରେ ଡାର୍ଟି ବମର ପ୍ରୟୋଗ ପାଇଁ ପ୍ରୟାସ କରୁଛି ରଷ । ମୌକା ଦେଖି କେତେବେଳେ ଡ୍ରୋନ ଜରିଆରେ ତ ପୁଣି କେତେବେଳେ ଡର୍ଟି ବୋମାରେ ୟୁକ୍ରେନ ଉପରକୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏହି ଡାର୍ଟି ବମ ବେଶ ବିପଦପୂର୍ଣ୍ଣ ହେବା ସହ ଏହା ଏକ ପରମାଣୁ ହତିଆର । ଯେଉଁଥିରେ ରେଡିଓ ରେଡିଆନ୍ସସ ରହିଥାଏ ଓ ଏହା ଆଖପାଖ ବହୁ ସ୍ଥାନକୁ ପ୍ରଭାବିତ କରେ ।