The Topmost

“The eyes believe themselves, the ears believe other people.”

ସମଗ୍ର ଦେଶରେ ୫-ଜି ସେବା ପାଇଁ ଆହୁରି ସମୟ ଲାଗିବ

ଭାରତରେ ଅକ୍ଟୋବର ପ୍ରଥମ ସପ୍ତାହରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଯାଇଛି । ଏହା ପରେ ଉପଭୋକ୍ତାମାନେ ଏହି ହାଇସ୍ପିଡ୍ ଟେଲିକମ୍ ସେବା ପାଇବାକୁ ଚାହିଁ ବସିଛନ୍ତି । କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ୫ଜି ସେବା ପାଇବାକୁ ଉପଭୋକ୍ତାମାନଙ୍କୁ ଆଉ କିଛି ବର୍ଷ ଲାଗିଯାଇପାରେ । କାରଣ ଏତେ କମ ସମୟ ମଧ୍ୟରେ ଭାରତ ପରି ବିଶାଳ ଦେଶରେ ଏହି ସେବା ଲାଗୁ କରିବା ସହଜ କଥା ନୁହେଁ । ଭାରତରେ ଅଗଷ୍ଟ ମାସରେ ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ସେହି ମାସ ୧୮ ତାରିଖରେ ସ୍ପେକ୍ଟ୍ରମ ଆବଣ୍ଟନ ହୋଇଥିଲା । ଏହାର ମାତ୍ର ୬ ସପ୍ତାହ ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଳ୍ପ କିଛି ସହରରେ ୫ଜି ସେବା ଆରମ୍ଭ ହୋଇଥିଲା । ଏତେ କମ ସମୟ ମଧ୍ୟରେ ବିଦେଶରୁ ଟେଲିକମ ମେସିନ ଆମଦାନୀ କରି ତାହାକୁ କାର୍ଯ୍ୟକ୍ଷମ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସବୁ ସ୍ଥାନରେ ସେବା ଆରମ୍ଭ ହେବାକୁ ଅତି କମରେ ୩ରୁ ୪ ବର୍ଷ ଲାଗିବା ଅନୁମାନ କରାଯାଉଛି । କାରଣ ନେଟଓ୍ବାର୍କ ଉପକରଣ ଆମଦାନୀ କରି ତାହାର ଟେଷ୍ଟିଂ କରିବାକୁ ସମୟ ଲାଗିଥାଏ ।