ୟୁକ୍ରେନ ଉପରେ ରୁଷ୍ ଆକ୍ରମଣକୁ ଜୋରଦାର କରିଛି । ରାତିସାରା ରୁଷ୍ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନର ଦକ୍ଷିଣ ଅଂଶରେ ଏକ ବଡ଼ ହାଇଡ୍ରୋଇଲେକଟ୍ରିକ୍ ଡ୍ୟାମ୍ ଉଡ଼ାଇଦେବାକୁ ପ୍ରସ୍ତୁତ ହେଉଛି । ଋଷ ଡ୍ୟାମ୍ ଉଡ଼ାଇଦେଲେ ୟୁକ୍ରେନର ୮୦ଟି ସହର ଏବଂ ଗାଁ ବୁଡ଼ିଯିବ । ଋଷ ଶତାଧିକ ରକେଟ୍ ମାଡ଼ କରିବା ଦ୍ୱାରା ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଦ୍ୱାରା ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ତେବେ ୟୁକ୍ରେନ ମଧ୍ୟ ଋଷର ଅନେକ ରକେଟ୍କୁ ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି । ସେପଟେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ୟୁକ୍ରେନ ସ୍ଥିତି ନେଇ ଫୋନ୍ ଯୋଗେ କଥା ହୋଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ