ଦୁଇ ବର୍ଷ ପରେ ସାରା ରାଜ୍ୟ ପାଳନ କରିବାକୁ ଯାଉଛି ଦୀପାବଳି ଉତ୍ସବ । ତେବେ ଏନେଇ କମିଶନରେଟ ପୋଲିସ ଜାରି କରିଛି ନିର୍ଦ୍ଦେଶନାମା । ମାତ୍ର ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍ ପୁଲିସ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ବାଣ ବିକ୍ରି ସ୍ଥାନରେ ନିୟମ ଉଲ୍ଲଘଂନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ତେବେ ନଜର ପକାନ୍ତୁ କମିସନରେଟ ପୋଲିସର ନିର୍ଦ୍ଦେଶାବଳୀ ଉପରେ-
-ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
-ନିଷିଦ୍ଧାଞ୍ଚଳ ଯଥା ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ କୋର୍ଟରେ ବାଣ ଫୁଟାଇବା ମନା
-ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମରେ ୩ ମିଟର ଦୂରତା
-ଦୋକାନଗୁଡ଼ିକ ପରସ୍ପରର ମୁହାଁମୁହିଁ ହେବେ ନାହିଁ
-ପ୍ରତ୍ୟେକ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ ବର୍ଗ ମଧ୍ୟରେ ସୀମିତ
-ତେଲରେ ଜଳୁଥିବା ଦୀପ, ଗ୍ୟାସ୍ ଲ୍ୟାମ୍ପ, ମହମବତୀ ବ୍ୟବହାର କରାଯିବ ନାହିଁ
-ଦୋକାନ ଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ଅନୁମତି ନାହିଁ
-ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନ ଅନୁମତି ଦିଆଯିବ ନାହିଁ
-ଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଏବଂ ପ୍ରଥମ ସହାୟତା ଦୋକାନରେ ରଖାଯିବ
-କେବଳ ସବୁଜ କ୍ରାକର ଗୁଡ଼ିକ ବିକ୍ରୟ ପାଇଁ ଅନୁମତି
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା