The Topmost

“The eyes believe themselves, the ears believe other people.”

ଦୀପାବଳିରେ ଅଯୋଧ୍ୟାରେ ଜଳିବ ୧୭ଲକ୍ଷ ଦୀପ

ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୭ଲକ୍ଷ ଦୀପ । ଏନେଇ ପ୍ରସ୍ତୁତି ଚାଲିଥିବାବେଳେ ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ବିରାଜମାନ ଭଗବାନ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଶେକ କରିବେ । ଏହାପରେ ଦୀପୋତ୍ସବର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସରଜୂ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦୀ ଆଳତି ଦର୍ଶନ କରିବେ । ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି ।