କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ ଦେଇ ସେ ନିଜ ନାମରେ ଏହି ପଦ କରିପାରିଛନ୍ତି । ତେବେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଖଡଗେ ସଭାପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆଜି ଖଡଗେ ସୋନିଆ ଗାନ୍ଧୀଙ୍କୁ ଭେଟି ଦଳର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଆଉ ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ହାତ ରହିଥିବାରୁ ସେ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ଆଉ କଂଗ୍ରେସର ନୂଆ ସଭାପତି ହେବା ପରେ ଦଳରେ ରାହୁଲଙ୍କ ଭୂମିକା କଣ ରହିବ ? ଏନେଇ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସରେ ତାଙ୍କର ଭୂମିକା କଣ ହେବ ତାହା ଅଧ୍ୟକ୍ଷଙ୍କ ଦ୍ୱାରା ସ୍ଥିର ହେବ । ତେବେ ଖଡଗେଙ୍କ ଆଗରେ ବିଶାଳ ଚାଲେଞ୍ଜ ରହିଛି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା