The Topmost

“The eyes believe themselves, the ears believe other people.”

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ସିନ୍ଧିଆଙ୍କ ସୂଚନା

ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଫଳରେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନ ସ୍ଥାନାନ୍ତରଣ ହୋଇପାରିବ । ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ସିନ୍ଧିଆ କହିଛନ୍ତି, ସମସ୍ତ ନୂତନ ରାଜପଥ ପାଖରେ ହେଲିପ୍ୟାଡ୍‌ ନିର୍ମାଣ କରାଗଲେ ଭିତ୍ତିଭୂମି ମହଜୁଦ ରହିବ ବୋଲି ଆମେ ସଡ଼କ ପରିବହନ ମନ୍ତ୍ରାଳୟ ସହିତ କଥାବାର୍ତ୍ତା କରିଛୁ । ଜରୁରୀକାଳୀନ ସମୟରେ ହେଲିପ୍ୟାଡ୍‌ ତୁରନ୍ତ ଜନସ୍ଥାନାନ୍ତରଣରେ ସାହାଯ୍ୟ କରିବ । ‘ଟାୟର୍‌-ଟୁ’ ଓ ‘ଟାୟର୍‌-ଥ୍ରୀ’ ସହରଗୁଡ଼ିକୁ ବିମାନ ଯୋଗାଯୋଗ ନିମନ୍ତେ ସୁବିଧା କରିବା ଲାଗି ‘ଏୟାର୍‌ ଟର୍ବାଇନ୍‌ ଫୁଏଲ୍‌’ ଉପରୁ ‘ଭାଟ୍‌’ ହ୍ରାସ କରିବା ଲାଗି ମଙ୍ଗଳବାର ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ବିହାର ଓ ପଞ୍ଜାବ ସମେତ ୮ଟି ରାଜ୍ୟକୁ ଅନୁରୋଧ କରିଛନ୍ତି । ‘ଏଟିଏଫ୍‌’ ଉପରୁ ‘ଭାଟ୍‌’ ହ୍ରାସ କଲେ ଉକ୍ତ ୮ଟି ରାଜ୍ୟକୁ ବିମାନ ଚଳାଚଳ ବୃଦ୍ଧି କରାଯିବ ବୋଲି ସିନ୍ଧିଆ ପ୍ରତିଶ୍ରୁତି ଦେଇଛନ୍ତି ।