The Topmost

“The eyes believe themselves, the ears believe other people.”

କୋଲକାତାର ବିଭିନ୍ନ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

କଲିକତାରେ କାଳୀ ପୂଜାର ଲୋକପ୍ରିୟତା ବେଶ୍ ଅଧିକା ରହିଛି । ଏହି ସମୟରେ ଏଠାରେ ଥିବା ବିଭିନ୍ନ କାଳୀ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ସ୍ବତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ମନ୍ଦିର ଭିତର ଓ ବାହାର ଜନ ସମୁଦ୍ର ପାଲଟିଥାଏ । ତେବେ ଆସନ୍ତୁ ନଜର ପକାଇବା ସହରର କିଛି ପ୍ରସିଦ୍ଧ ମନ୍ଦିର ଉପରେ ।


ଏହାରି ଭିତରୁ ଦାକ୍ଷିଣେଶ୍ବର ମନ୍ଦିରର ଲୋକପ୍ରିୟତା ବେଶ୍ ଅଧିକା ରହିଛି । ଦାକ୍ଷିଣେଶ୍ବରରେ ଭବତାରିଣୀ ଭାବରେ ଦେବୀଙ୍କୁ ପୂଜା କରାଯାଏ । କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ମନ୍ଦିରରେ ପରିଦର୍ସକ ମାନଙ୍କ ଭିଡ ଜମିଥାଏ । ତେବେ ବର୍ଷର ଅନ୍ୟ ଦିନମାନଙ୍କରେ ଏଭଳି ଭିଡ ଦେଖିବାକୁ ମିଳିନଥାଏ । କେବଳ ସେହି ରାଜ୍ୟ ନୁହେଁ ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଦାକ୍ଷିଣେଶ୍ୱରରେ ଏକାଠି ହୋଇଥାନ୍ତି ।


ସେହିଭଳି ଉତ୍ତର କୋଲକାତାର ଥାନଥାନିଆ କାଲିବାରୀରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଥାଏ । ଏହି ମନ୍ଦିରର ମହାନତା ସଂମ୍ପୂର୍ଣ୍ଣ ଭିନ୍ନ ଅଟେ । କୁହାଯାଏ ଯେ ଅତୀତରେ ଥାନଥାନିଆ ମନ୍ଦିରର ଘଣ୍ଟି ଡକାୟତ ଆକ୍ରମଣରୁ ଚେତାବନୀ ଦେବା ପାଇଁ ଏକମାତ୍ର ଉପକରଣ ଥିଲା । ସେତେବେଳେ ମନ୍ଦିରର ଘଣ୍ଟି ବଜାଯାଉଥିଲା । ସେଥିପାଇଁ ଏହି ମନ୍ଦିରର ନାମ ଥାନଥାନିଆ । ତେବେ କାଳୀ ପୂଜା ସମୟରେ ଅନେକ ଲୋକ ଏହି ମନ୍ଦିରକୁ ମଧ୍ୟ ପୂଜା କରନ୍ତି।


ସେହିପରି ଇତିହାସରେ ସ୍ଥାନ ପାଇଥିବା ସିଦ୍ଧେଶ୍ୱରୀ କାଳୀ ମା’ଙ୍କ ମନ୍ଦିରରେ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ଏବଂ ଏହି ସମୟରେ ଏହାର ବିଶେଷଭାବେ ପୂଜାର୍ଚ୍ଚନା ହୋଇଥାଏ । ଉନ୍ନବିଂଶ ଶତାବ୍ଦୀରେ ପର୍ତ୍ତୁଗୀଜ୍ ମୂଳର କାବିଆଲ୍ ଆଣ୍ଟୋନି ହେନ୍ସମାନ ଏହି ମନ୍ଦିରକୁ ଆସିଥିଲେ ।


ଅନ୍ୟପଟେ ଟଲିଗୁଞ୍ଜ କରୁଣାମୋଇ ମଣ୍ଡଳରେ ଥିବା ମାଆ କାଳୀଙ୍କର ମନ୍ଦିର ବେଶ୍ ଆଦୃତି ଲାଭ କରିଛି । ଏଠାରେ ମାଆଙ୍କର କଠିନ ପଥରର ମୂର୍ତ୍ତୀ ଦେଖିବାକୁ ମିଳିଥାଏ । ସୂଚନା ମୁତାବକ କରୁଣାମୟୀଙ୍କ ମୃତ୍ୟୁ ପରେ ବରିଶାର ନନ୍ଦୁଲାଲ ଚୌଧୁରୀଙ୍କ ଝିଅ ତାଙ୍କ ପିତାଙ୍କୁ ଏକ ସ୍ବପ୍ନ ଦେଇଥିଲେ । ପରେ ଏହି କଠିନ ପଥରରୁ ମାଆଙ୍କ ମୂର୍ତ୍ତୀ ନିର୍ମାଣ କରାଯାଇଥିଲା । ଏବଂ ଆଜି ପର୍ଯ୍ୟନ୍ତ ସେହିଭଳି ଭାବେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି ।