The Topmost

“The eyes believe themselves, the ears believe other people.”

ପଶ୍ଚିମବଙ୍ଗ ଏବଂ କୋଲକାତାରେ ଦିୱାଲୀ ଉତ୍ସବ

ପଶ୍ଚିମବଙ୍ଗ ଏବଂ କୋଲକାତା ଦିୱାଲୀ ପର୍ବ ପାଇଁ ବିଶେଷ ଭାବରେ ଜଣାଶୁଣା । ତେବେ ବାକି ରାଜ୍ୟ ତୁଳନାରେ, ପଶ୍ଚିମବଙ୍ଗ ଏବଂ କୋଲକାତାରେ ଏହି ପର୍ବ ତିନି ଦିନ ପାଳନ କରାଯାଏ । ବିଶେଷଭାବରେ କାଳୀଘାଟ ଏବଂ ଦକ୍ଷିଣେଶ୍ବର ପରି କୋଲକାତାର ମନ୍ଦିରଗୁଡିକ କାଳୀ ପୂଜା ପାଇଁ ପ୍ରସିଦ୍ଧ । କୋଲକାତାର ପ୍ରସିଦ୍ଧ କାଳୀ ମନ୍ଦିର ମଧ୍ୟରୁ କାଲିଘାଟ ମନ୍ଦିର ଅନ୍ୟତମ ଅଟେ । ଏହି ମନ୍ଦିରରେ ବର୍ଷସାରା ଭିଡ ହୋଇଥାଏ । କାଳୀ ପୂଜା ଦିନ, କାଲିଘାଟରେ ଅତ୍ୟନ୍ତ ଭିଡ ଦେଖିବାକୁ ମିଳିଥାଏ ।କାରଣ ଏହି ବିଶେଷ ଦିନରେ ସମସ୍ତେ ମାଆଙ୍କର ଦର୍ଶନ ପାଇବାକୁ ଚାହିଁଥାନ୍ତି । କୁହାଯାଏ ଯେ ସତୀଙ୍କର ଡାହାଣ ପାଦର ଏକ ଆଙ୍ଗୁଠି ଏହି ମନ୍ଦିର ନିକଟରେ ଥିବା ଏକ ଟାଙ୍କିରେ ମିଳିଥିଲା । ଯାହାକି ଏବେ ମଧ୍ୟ ମନ୍ଦିର ଛାତିରେ ରଖାଯାଇଛି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାରେ ମାଆ ପ୍ରତ୍ୟେକ୍ଷ ଭାବେ ଦେଖାଦିଅନ୍ତି । ତେଣୁ ଏଠାରେ ମାାଙ୍କୁ ମନାଷି ଯାହା ମାଗିବ ତାହା ପୂରଣ ହୋଇଥାଏ । ବଙ୍ଗୀୟମାନେ କାଳି ମାଙ୍କୁ ବିଭିନ୍ନ ପ୍ରକାରର ଫୁଲରେ ସଜାଇଥାନ୍ତି, । ତାଙ୍କୁ ପୂଜା କରନ୍ତି ଏବଂ ମସୁର, ମିଠା, ଚାଉଳ ଏବଂ ମାଛ ଆଦି ପ୍ରଦାନ କରିଥାନ୍ତି । ଏହାସହ କାଳି ପୂଜା ପୂର୍ବରୁ ରାତ୍ରିରେ ବଙ୍ଗୀୟ ଭକ୍ତମାନେ ମନ୍ଦକୁ ଦୂର କରିବା ପାଇଁ ଭଟ ଚାତୁର୍ଦ୍ଦଶୀ ରୀତିନୀତି ପାଳନ କରନ୍ତି । ଦୀପାବଳି ଉତ୍ସବ ଭାରତର ଅନ୍ୟ ଦେଶମାନଙ୍କରେ ସମାନ – ଲୋକମାନେ ନିଜ ଘରକୁ ସଜାନ୍ତି ଏବଂ ଦୀପ ଜାଳନ୍ତି । ଏବଂ ପରିବାର ଏବଂ ବନ୍ଧୁମାନେ ପରସ୍ପରର ଘରେ ମଜା କରିବା ପାଇଁ ଏକାଠି ହୁଅନ୍ତି । ଏହି ତିନି ଦିନିଆ ଆଲୋକର ପର୍ବର ପ୍ରଥମ ଦୁଇ ଦିନ ହେଉଛି ପର୍ବର ମୁଖ୍ୟ ଦିନ । କୋଲକାତା ନିକଟ ବାରାସାଟ ପରି ସ୍ଥାନଗୁଡିକରେ କାଳୀ ପୂଜା ଥିମ୍ ପାଣ୍ଡାଲ୍ ଏବଂ ମେଳା ଅନୁଷ୍ଠିତ ହୋଇଥାଏ । ସକାଳରୁ ରାତି ପର୍ଯ୍ୟନ୍ତ ଭୋଜି, ପାରିବାରିକ ସମାବେଶ, ବହୁ ରଙ୍ଗର ଆଲୋକ, ଏବଂ ବାଣ ଆଦି ଫୁଟାଇବାର ମଜା ନେଇଥାନ୍ତି କୋଲକତା ଏବଂ ପଶ୍ଚିମବଙ୍ଗବାସୀ ।