କଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ସୋପିଆନ ହରମାନଠାରେ ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ଆଜି ସକାଳୁ ଗ୍ରେନେଡ ମାଡ କରି ଦୁଇ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶର ମନୀଷ କୁମାର ଓ ରାମ ସାଗର । ସେମାନେ ୟୁପି କନୌଜ ଜିଲ୍ଲାର ହୋଇଥିବା ବେଳେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ହ୍ୟାଣ୍ଡ ଗ୍ରନେଡ ମାଡ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ହତ୍ୟାକାଣ୍ଡ ନେଇ ଟିଆରଏଫ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ଚଳିତ ସପ୍ତାହରେ କାଶ୍ମୀର ଉପତ୍ୟକାରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ