The Topmost

“The eyes believe themselves, the ears believe other people.”

ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ

ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା । ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ । ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ । ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୦ ଜଣ ଯୁବତୀ ତାମିଲନାଡୁ ଅଭିମୁଖେ ଯାତ୍ରା କରିବେ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ସ୍ବତନ୍ତ୍ର ବିମାନରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି ।