The Topmost

“The eyes believe themselves, the ears believe other people.”

ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସୀରେ ସହମତ ଥିଲା କେନ୍ଦ୍ର

ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗ । ୧୧ ଦୁଷ୍କର୍ମକାରୀଙ୍କୁ ସମୟ ପୂର୍ବରୁ ଖଲାସୀ ଘଟଣାରେ ସହମତ ଥିଲା କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଅନୁମତି ପରେ ହିଁ ଦୋଷୀଙ୍କୁ ଜେଲରୁ ମୁକୁଳାଇଥିଲେ ଗୁଜରାଟ ସରକାର । ଏ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଗୁଜରାଟ ସରକାର । ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ ଗୁଜରାଟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଏହାସହ ଦୁଷ୍କର୍ମକାରୀଙ୍କୁ ଖଲାସ କରାଯିବା ଠିକ ବୋଲି ମଧ୍ୟ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଦୁଷ୍କର୍ମକାରୀ ଦୀର୍ଘ ୧୪ ବର୍ଷ ହେଲା ଜେଲରେ ରହିଥିଲେ । ଜେଲରେ ରହିବା ବେଳେ ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଭଲ ଥିଲା । ତେଣୁ ସ୍ବତନ୍ତ୍ର କ୍ଷମା ନୀତି ବଳରେ ସେମାନଙ୍କୁ ରିଲିଜ କରାଯାଇଛି ବୋଲି ଗୁଜରାଟ ସରକାର କହିଛନ୍ତି ।