The Topmost

“The eyes believe themselves, the ears believe other people.”

ସାଙ୍ଘାତିକ ଅଭିଯୋଗ ଆଣିଲେ ସିସୋଦିଆ

ସିସୋଦିଆଙ୍କ ସାଙ୍ଘାତିକ ଅଭିଯୋଗ । ଜେରା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଆପ୍ ଛାଡିବାକୁ କହିଥିଲେ । ସୂଚନା ଅନୁସାରେ ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୯ ଘଂଟା ଜେରା କରିଛି ସିବିଆଇ । ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ଗଣମାଧ୍ୟମ ଏହିଭଳି କହିଥିଲେ । କେବଳ ଏତିକି ନୁହେଁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ସେ କୌଣସି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଆପ୍ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସିବିଆଇକୁ ସ୍ପଷ୍ଟ ଭାବେ ଜଣାଇଥିବା କହିଥିଲେ । ଏହା ସହ ସିସୋଦିଆ କହିଛନ୍ତି ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଭିତ୍ତିହୀନ । ସେ ଅପରେସନ୍ ଲୋଟସ୍ ଚାପରେ ଆସିବେ ନାହିଁ ବୋଲି କହିଛନ୍ତି । ଗତକାଲି ୧୧ଟା ୩୦ରେ ସିସୋଦିଆଙ୍କୁ ପଚରାଉଚରା ଆରମ୍ଭ କରିଥିଲା ସିବିଆଇ । ଦୀର୍ଘ ୯ ଘଣ୍ଟାର ଜେରା ପରେ ରାତି ୮ଟା ୫୦ ମିନିଟରେ ଛାଡି ଦିଆଯାଇଥିଲା । ସେପଟେ କେଜ୍ରିୱାଲ ସିସୋଦିଆଙ୍କ ସିବିଆଇ ଜେରାକୁ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ସହ ଯୋଡ଼ିଛନ୍ତି । ସେ କହିଛନ୍ତି, ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ସିସୋଦିଆ ଗୁଜରାଟ ନିର୍ବାଚନ ପ୍ରଚାରରେ ନ ଯିବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି । ସ୍ବାଧୀନତା ପାଇଁ ଏହା ଦ୍ବିତୀୟ ଲଢ଼େଇ ବୋଲି ସେ କହିଛନ୍ତି । ‌ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ହେଉଛନ୍ତି ଆଜିର ଯୁଗର ଭଗତ ସିଂହ । ସ୍ବାଧୀନତାର ୭୫ ବର୍ଷ ପରେ ଦେଶକୁ ଏଭଳି ଶିକ୍ଷା ମନ୍ତ୍ରୀ ମିଳିଛନ୍ତି ।