ଦେଶର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍ । ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ ଆକ୍ସନ ନେଇଛି ଏନଆଇଏ । ଦେଶର ବିଭିନ୍ନ ରାଜ୍ୟରେ ୪୦ରୁ ଅଧିକ ଆଡ୍ଡା ଉପରେ ରେଡ ହୋଇଛି । ଏହି ରେଡ ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ଶେଷ କରିବାକୁ ହୋଇଛି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶର ୪୦ଟି ସ୍ଥାନରେ ରେଡ ହୋଇଛି । ଲରେନ୍ସ ବିଷ୍ନୋଇ, ନୀରଜ ବବାନଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାରେ ଚଢାଉ ହୋଇଛି । ୧୨ ସେପ୍ଟେମ୍ବର ଏନଆଇଏ ପଞ୍ଜାବ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଏନସିଆରରେ ୫୦ରୁ ଅଧିକ ଆଡ୍ଡାରେ ଚଢାଉ ହୋଇଥିଲା । ଏହି ବର୍ଷ ଅଗଷ୍ଟରେ ଦିଲ୍ଲୀ ପୋଲିସ ଦୁଇଟି ମାମଲା ଦାୟର କରିଥିଲା । ଏହାପରେ ଯାଞ୍ଚ ନିଜ ହାତକୁ ନେବା ପରେ ଏନଆଇଏ ରେଡ ଆରମ୍ଭ କରିଥିଲା । ଭାରତ ଓ ବିଦେଶରେ ଆତଙ୍କୀ ଗତିବିଧି ସହ ସଂଶ୍ଲିଷ୍ଟ ଥିବା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏନଆଇଏ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ