ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମପାଯିବ ଦକ୍ଷତା । ଚଳିତ ବର୍ଷରୁ ଦକ୍ଷତା ପାଠ ପଢିବେ ହାଇସ୍କୁଲ ଛାତ୍ରଛାତ୍ରୀ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସ୍ପିରେସନାଲ କମ୍ପୋନେଣ୍ଟ କୋର୍ସର ବ୍ୟବସ୍ଥା କରାଯାଇଛି । ଏହା ଚଳିତ ବର୍ଷ ନବମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେଉଥିବା ବେଳେ ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ । ୪ଟି ବିଭାଗ ଉପରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ । ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ-କରିକ୍ୟୁଲାର ଆକ୍ଟିଭିଟି ଓ ବେସିକ ଆଇଟି ସ୍କିଲ ଉପରେ ପରୀକ୍ଷା କରାଯିବ । ବର୍ଷକୁ ୪ ଥର ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ ଶିକ୍ଷକ । ପ୍ରତି କମ୍ପୋନେଣ୍ଟରେ ୨୫ନମ୍ବର ଥିବା ବେଳେ ମୋଟ୍ ୪ଟି ବିଭାଗରେ ୧୦୦ନମ୍ବର ରହିଛି । HSC ସାର୍ଟିଫିକେଟରେ ଏହି ଗ୍ରେଡ୍ ଉଲ୍ଲେଖ ରହିବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା