ଆଜି ହାଇଦ୍ରାବାଦରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦ ବଞ୍ଜାରା ହିଲସର ହୋଟେଲ ତାଜ କ୍ରିଷ୍ଣାରେ ଏହି ନିବେଶକ ସମ୍ମିଳନୀ ହେବ । ମୁଖ୍ୟମନ୍ତ୍ରୀ ରୋଡ ସୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଜି ସେ ୩୬ଟି କମ୍ପାନୀ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ । ମାଇକ୍ରୋସଫ୍ଟ,ପିଡବ୍ଲୁସି, ଡେଲୋଏଟ୍, ଭାରତ ବାୟୋଟେକ୍, ଓରାକଲ୍, କିମ୍ସ, ଏସ୍ଏମ୍ଏସ୍ ଫାର୍ମା, ତୋଷାଳି ସିମେଣ୍ଟ୍ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍କି, କଣ୍ଟ୍ରୋଲ୍ ଏସ୍, ଆପୋଲୋ ହସ୍ପିଟାଲ୍ସ ଆଦି ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ହାଇଦ୍ରାବାଦ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ସେ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ଓଡ଼ିଶାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବାପାଇଁ ଉକ୍ତ କମ୍ପାନୀଗୁଡିକୁ ଓଡ଼ିଶାକୁ ଆମନ୍ତ୍ରଣ କରାଯିବ ।
More Stories
ଟାଟା ଗୃପରେ ରତନ ଟାଟାଙ୍କ ପରେ ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ