The Topmost

“The eyes believe themselves, the ears believe other people.”

ଦିପାବଳୀରେ ଫ୍ୟାସନ୍ ଟିପ୍ସ୍


କିଛି ଗୋଟେ ପର୍ବ ଆସିଲେ ଆମକୁ ପ୍ରଥମେ ଚିନ୍ତା ଆସେ ଏହି ପର୍ବରେ କଣ ପିନ୍ଧିବା । କାରଣ ଏହି ପର୍ବ ପର୍ବାଣି ହିଁ ଆମର ସ୍ବତନ୍ତ୍ରତାର ପରିଚୟ । ଦେଶ ତଥା ରାଜ୍ୟ ଅର୍ଥାତ ଆମ ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପର୍ବକୁ ଅନେକ ଢଙ୍ଗରେ ପାଳନ କରାଯାଏ । ତେବେ ଆମ ରାଜ୍ୟ ଓଡିଶାରେ ପାଳିତ ହେଉଥିବା କିଛି ସ୍ବତନ୍ତ୍ର ପର୍ବ ପର୍ବାଣି ମଧ୍ୟରୁ ଆସେ ରଜ, ହୋଲି, ଦଶହରା, ଦିପାବଳୀ । ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ରାଜ୍ୟରେ ପୂଜାର ମାହୋଲ । ସବୁଆଡେ ସୁନ୍ଦର ସାଜ ସଜା ଲୋକଙ୍କୁ ଆକୃଷ୍ଟ କରୁଛି । ଏଥିପାଇଁ ବଜାର ଘାଟରେ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳା ସାଙ୍ଗକୁ ସୁନ୍ଦର ସୁନ୍ଦର ଦୀପ ବିକା ଆରମ୍ଭ ହେଲାଣି । ଆପଣ ଚାହିଁଲେ ଆପଣଙ୍କ ଘରକୁ ସଜେଇବାର ସବୁ ଜିନିଷ ବଜାରରୁ ନେଇ ପାରିବେ । ତେବେ ଏତେ ବଡ ପୂଜା ଉତ୍ସବରେ ଅନେକଙ୍କ ଘରେ କୁଣିଆ ମୈତ୍ରଙ୍କ ଭିଡ ବି ଦେଖିବାକୁ ମିଳିଥାଏ । ଏହି ଭିଡ ବା ଗହଳି ଭିତରେ ନିଜକୁ କେମିତି କିଛି ୟୁନିକ ବେଶରେ ସଜେଇ ପାରିବେ ଆସନ୍ତୁ ଜାଣିବା ।


ଫୁଲ୍ ଅନାରକଲି ଗାଉନ୍-
ପୂଜାର ମାହୋଲରେ ବାଣର ଆସର ମଧ୍ୟ ଜମିଥାଏ । ସେଥିପାଇଁ ପ୍ରାୟ ଲୋକ ସର୍ଟ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଏଇ ମଉକାରେ ଆପଣ ଯଦି ଏପରି ଏକ ଫୁଲ୍ ଘେର ବାଲା ଅନାରକଲି ପିନ୍ଧିକି ଆପଣଙ୍କ ପରିବାର ଲୋକଙ୍କ ସାମ୍ନାକୁ ଯିବେ ତେବେ ଆପଣ ନିଶ୍ଚୟ ପ୍ରଶଂସାର ପାତ୍ର ହେବେ । ଆପଣ କିଛି ରଙ୍ଗିନ୍ ଅର୍ଥାତ୍ ରେଡ୍, ୟେଲ୍ଲୋ, ପରପଲ୍ କଲର ଅନାରକଲି ସହିତ ହ୍ବାଇଟ୍ କଲରର ଦୁପଟ୍ଟା କଯାରି କରି ପାରିବେ ।


କଟନ୍ ଫ୍ଲପି କୁର୍ତ୍ତା-
Most simple you style, and more wink you get. ଅର୍ଥାତ ଆପଣ ନିଜକୁ ଯେତେ ସାଧା ପୋଷାକରେ ସଜେଇବେ ଆପଣ ସେତେ ଲୋକଙ୍କ ନଜରକୁ ଆସିବେ । ସେଥିପାଇଁ ତ କୁହାଯାଏ ସାଦଗି କା ଭି କୁଛ୍ ଅଲଗ୍ ଅନ୍ଦାଜ୍ ହୋତା ହେ । ଆଉ ସେଥିପାଇଁ ଆପଣ ଏହି ଫେଷ୍ଟିଭ୍ ସିଜିନରେ କିଛି ହାଲକା ରଙ୍ଗର ଫ୍ଲପି କୁର୍ତ୍ତା ସାଙ୍ଗକୁ ହେଭି ଇୟରିଂ ବା ନେକଲେସ୍ ଟ୍ରାୟ୍ କରିପାରିବେ । ବହୁ ସେଲିବ୍ରିଟିଙ୍କର ଏପରି ଲୁକ୍ ମଧ୍ୟ ଲୋକଙ୍କୁ ଘାଇଲା କରିଛି ।


ସାଢୀ-
ଆଉ old is gold, all time favourite ସାଢୀ ମଧ୍ୟ ଆପଣଙ୍କ ଲୁକ୍ କୁ ଭାଇବ୍ରାଣ୍ଟ କରିବାରେ ସାହାଯ୍ୟ କରିପାରେ । ସମସ୍ତଙ୍କ ପସନ୍ଦ କାଞ୍ଜିବରମ ସାଢୀ ସାଙ୍ଗକୁ ଡାଇମଣ୍ଡ ଜୁଏଲେରୀର ସେଟ୍ ଏବେ ବେଶି ଟ୍ରେଣ୍ଡରେ ଚାଲିଛି । ଆଉ ଏପରି ଲୁକ୍ ରେ ଆପଣ କମ୍ପର୍ଟେବୁଲ୍ ମଧ୍ୟ ହୋଇ ପାରିବେ । ସୁନ୍ଦର ଦେଖାଯିବା ସହିତ କାମରେ ମଧ୍ୟ ଧ୍ୟାନ ଦେଇ ପାରିବେ । ଯାହା ଆପଣଙ୍କ ପ୍ରଶଂସାର କାରଣ ହୋଇ ପାରିବ ।
ତେବେ ଆପଣ ମଧ୍ୟ ଏହି ପରି କିଛି ଲୁକ୍ କୁ ଟ୍ରାଏ କରନ୍ତୁ । ଆଉ ଏହି ଦିପାବଳୀର ଦିନଟିକୁ ସେଲିବ୍ରେଟ୍ କରିବା ସହିତ ଷ୍ଟାଇଲିସ୍ ଲାଗନ୍ତୁ ।