The Topmost

“The eyes believe themselves, the ears believe other people.”

ବ୍ରିଟେନରେ ପୁଣି ରାଜନୈତିକ ସଙ୍କଟ

ପ୍ରଧାନମନ୍ତ୍ରୀ ପଦରୁ ହଟିପାରନ୍ତି ଲିଜ ଟ୍ରସ୍ । କିଛିଦିନ ବା କିଛି ସପ୍ତାହ ପରେ ଲିଜ ଟ୍ରସଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇପାରେ । ଯାହାକି ତାଙ୍କ ଦଳର ସାଂସଦମାନେ ବିଶ୍ବାସ କରୁଛନ୍ତି । କାରଣ କିଛି ସଦସ୍ୟ ନେତୃତ୍ବ ସଂକଟ ନେଇ ଆସନ୍ତା ସପ୍ତାହରେ ତାଙ୍କୁ ଭେଟିବାର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ସଦସ୍ୟମାନେ ତାଙ୍କୁ ତାଙ୍କ ପଦବି ବିଷୟରେ ପୁନର୍ବିଚାର କରିବାକୁ ବାଧ୍ୟ କରିବେ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଗାଦିରେ ବସିବାର ୫ ସପ୍ତାହ ନ ପୂରୁଣୁ ମିନି-ବଜେଟକୁ ନେଇ ଜନ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଟ୍ରସ୍ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ଟଙ୍ଗକୁ ପଦଚ୍ୟୁତ କରିବାକୁ ବାଧ୍ୟ ହେଲେ । ଏହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କର୍ପୋରେସନ ଟିକସ ଉପରେ ହୋଇଥିବା ୬ ପ୍ରତିଶତ ବୃଦ୍ଧିକୁ ସେ ପ୍ରତ୍ୟାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ଉକ୍ତ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେଲେ । ଏଥିରୁ ବୁଝାପଡ଼ୁଛି ଯେ କେବଳ ଭୋଟ ପାଇବା ଓ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ।