୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ଜନ୍ମଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଆର୍ଥିକ ବିକାଶ ପାଇଁ ନିବେଶକଙ୍କ ସହ ଆଲୋଚନା କରିବାକୁ ହାଇଦ୍ରବାଦ୍ ଯାଉଛନ୍ତି ନବୀନ । ଓଡ଼ିଶାବାସୀଙ୍କ ସ୍ନେହ ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣି ବୋଲି କହିଛନ୍ତି । ଚଳିତବର୍ଷ ଜନସେବାର ୨୫ ବର୍ଷ ପୂରଣ କରିଛନ୍ତି ନବୀନ । ବିଜୁ ଜନତା ଦଳ କର୍ମୀ ଓ ନେତା ଆଜି ଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଦଳ । ବ୍ୟାପକ ବୃକ୍ଷରୋପଣ ବି କରାଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା