ଆସନ୍ତା ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ମେକ୍ ଇନ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ବନଜାରା ହିଲ୍ସ ସ୍ଥିତ ହୋଟେଲ ତାଜ୍ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆସି ନିବେଶ ପାଇଁ ନିମନ୍ତ୍ରଣ କରିବେ । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧାକୁ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ । ଆଇଟି, ସ୍ବାସ୍ଥ୍ୟ, ମେଡିସିନ୍, ଡାଟା ସେଣ୍ଟର, ଟେକ୍ସଟାଇଲ, ଫୁଡ୍ ପ୍ରୋସେସିଂ, ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟିବେ । ତେବେ ଏବର୍ଷ ପାଇଁ ହାଇଦ୍ରାବାଦରେ ଶେଷ ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ