This picture released by the official website of the Iranian Defense Ministry on Sunday, claims to show the launching of an Emad long-range ballistic surface-to-surface missile in an undisclosed location.

ଉତ୍ତର କୋରିଆର ରାଜଧାନୀ ଅଞ୍ଚଳରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ

ସମୁଦ୍ର ମଧ୍ୟକୁ ଆଉ ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ । ଏହାସହ ଲଢୁଆ ବିମାନ ମଧ୍ୟ ଉଡ଼ାଇବାଥିବା ଦକ୍ଷିଣ କୋରିଆ ସେନା କହିଛି । ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ଙ୍କ ବିବୃତିରେ ଉକ୍ତ କ୍ଷେପଣାସ୍ତ୍ର ବିଷୟରେ ସୂଚନା ମିଳିଛି । ସେଥିରେ ସେ କହିଛନ୍ତି, ବିଳମ୍ବିତ ରାତିରେ ଉକ୍ତ କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ରାଜଧାନୀ ଅଞ୍ଚଳରୁ ଉତ୍‌କ୍ଷେପଣ କରାଯାଇଛି । ଦକ୍ଷିଣ କୋରିଆ ‘ଜିସିଏସ୍’ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ଓ ପଶ୍ଚିମ ଉପସାଗରୀୟ ସୀମାନ୍ତ ଅଞ୍ଚଳରେ ଉତ୍ତର କୋରିଆ କମାଣରୁ ୧୭୦ ରାଉଣ୍ଡ୍‌ ଗୋଳା ଫୁଟାଇଛି । ଉତ୍ତେଜନା ହ୍ରାସ ନିମନ୍ତେ ୨୦୧୮ରେ ଉତ୍ତର ଓ ଦକ୍ଷିଣ କୋରିଆ ସଂସ୍ଥାପନ କରିଥିବା ସାମୁଦ୍ରିକ ‘ବଫର୍‌ ଜୋନ୍‌’ରେ ମଧ୍ୟ ଉକ୍ତ ଗୋଳା ପଡ଼ିଥିଲା । ସେପଟେ ଏନେଇ ଉତ୍ତର କୋରିଆର ସରକାରୀ ନିଉଜ୍ ଏଜେନ୍‌ସି ‘କେସିଏନ୍‌ଏ’ ଦେଶର ସେନା ବିବୃତିର ପ୍ରତିଉତ୍ତର ଦେଇଛି ଯେ, ଏହା ହେଉଛି ଦକ୍ଷିଣ କୋରିଆ କରିଥିବା ଆକ୍ରମଣର ଦୃଢ଼ ମୁକାବିଲା ।

SHARE BY