ଦୁଇ ଦିନରେ ଦୁଇ ଥର ବାତିଲ ହେଲାଣି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ଉତ୍ତରପ୍ରଦେଶ ଗସ୍ତ । ଅନ୍ୟତମ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ହେବା ଆଶଙ୍କାରେ ଶଶି ଥରୁରଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ କରାଯାଇଛି । ଉତ୍ତରପ୍ରଦେଶରେ ପ୍ରଚାରରେ ସଂପୃକ୍ତ ବ୍ୟକ୍ତିଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସୋମବାର ମୁଲାୟମଙ୍କ ଅନ୍ତ୍ୟେଷ୍ଟି ପାଇଁ ଥରୁରଙ୍କୁ ପ୍ରଚାର ପାଇଁ ମନା କରାଯାଇଥିଲା । ମୁଲାୟମଙ୍କ ଅନ୍ତିମ ଯାତ୍ରା ସମୟରେ ପ୍ରଚାର ଠିକ୍ ହେବନାହିଁ ବୋଲି କୁହାଯାଇଥିଲା । କିନ୍ତୁ ମଙ୍ଗଳବାର ଦିନ ମଧ୍ୟ ଥରୁରଙ୍କୁ ଲକ୍ଷ୍ନୌ ଯିବାକୁ ମନା କରାଯାଇଥିଲା । ଖଡ଼ଗେ ଲକ୍ଷ୍ନୌରେ ପ୍ରଚାର କାର୍ଯ୍ୟ କରୁଥିବାରୁ ଖଡ଼ଗେ ସମର୍ଥକଙ୍କ ସହ ତାଙ୍କର ମୁହାଁମୁହିଁ ହେବା ଆଶଙ୍କାରେ ତାଙ୍କୁ ଏନେଇ ବାରଣ କରାଯାଇଛି । ଅନ୍ୟପଟେ ଖଡ଼ଗେ ମଙ୍ଗଳବାର ଦିନ ଲକ୍ଷ୍ନୌରେ ପ୍ରଚାର ପାଇଁ ପୂର୍ବରୁ ଧାର୍ଯ୍ୟ କରିଥିଲେ । ଥରୁର ଆସନ୍ତା ଅକ୍ଟୋବର ୧୬ରେ ଲକ୍ଷ୍ନୌ ଗସ୍ତ କରିବେ ଏବଂ କଂଗ୍ରେସରେ ସଂସ୍କାର ଆଣିବା ପାଇଁ ତାଙ୍କ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି । ଖଡ଼ଗେ ଗାନ୍ଧି ପରିବାରର ଅଘୋଷିତ ପ୍ରାର୍ଥୀ ବୋଲି ପ୍ରଚାର ଜୋର୍ଦାର ହେଉଥିବାରୁ ଥରୁର୍ଙ୍କ ଅଡ଼ୁଆ ବଢ଼ୁଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ