ଜମ୍ମୁ-କାଶ୍ମୀର ପାଇଁ ଜାରି ହୋଇଛି ନିର୍ବାଚନୀ ଅଧିସୂଚନା । ସୂଚନା ଅନୁଯାୟୀ, ଯିଏ ଏଠାରେ ୧ବର୍ଷରୁ ଅଧିକ ସମୟ ରହିଥିବେ ସେ ସେଠାରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିପାରିବେ । ଡେପୁଟି କମିଶନର ଏହା ସୂଚନା ଜାରି କରିବା ପରେ ଏହାକୁ ନେଇ ଏବେ ରାଜନୈତିକ ଝଡ ସୃଷ୍ଟି ହୋଇଛି । କେବଳ ରାଜ୍ୟ ଭିତର ବ୍ୟକ୍ତି ନୁହଁନ୍ତି ରାଜ୍ୟ ବାହାରର ଯେଉଁମାନେ ଜମ୍ମୁ-କାଶ୍ମୀରରେ ବର୍ଷକରୁ ଅଧିକ ସମୟ ରହିଲେଣି ସେମାନେ ମଧ୍ୟ ଏଠିକାର ବିଧାନସଭା ନିର୍ବାଚନରେ ମତଦାନ କରିପାରିବେ । ସେମାନଙ୍କ ନାଁ ନୂଆ ଭୋଟର ଭାବେ ରେଜିଷ୍ଟ୍ରାର କରାଯିବ । ତେବେ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛି ନ୍ୟାସନାଲ କନଫରେନ୍ସ ପାର୍ଟି । ରାଜ୍ୟରେ ବିଜେପିର ସ୍ଥିତି ଟଳମଳ ହେଉଛି । ଭୋଟିଂକୁ ବିଜେପି ଡରୁଛି । ତେଣୁ ଏଠାରେ ୨୫ ଲକ୍ଷ ନୂଆ ଭୋଟର ଗଢି ସତ୍ତା ହାତେଇବାକୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ