ରାଜଧାନୀରେ ପ୍ରତିଘରେ ଲାଗିବ କ୍ୟୁଆର୍ କୋଡ୍ । ଅଳିଆ ଗାଡ଼ି ଟ୍ରାକ କରିବ ସଫା ଆପ୍ । ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ସଫା ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ । ଜିପିଏସ ଯୋଗେ ଏହା ଅଳିଆ ଗାଡ଼ି ବା ମୁଁ ସଫେଇବାଲା ଗାଡ଼ିକୁ ଟ୍ରାକ କରିବ । ବିଏମସି ୱାର୍ଡ ନମ୍ବର 40 ଅଧୀନ ୟୁନିଟ-1 ସରକାରୀ କଲୋନୀରୁ ପରୀକ୍ଷାମୂଳକ ଭାବେ ଏହି ସଫା ଆପ୍ ଡେମୋ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ସଫା ଆପ୍ କ୍ୟୁ-ଆର୍ କୋଡ । ଏହି ଆପ୍ ଯୋଗେ ଲୋକେ ବିଏମସି ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ମଧ୍ୟ କରିପାରିବେ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସଫା ଆପ୍ର ଡେମୋ ଆରମ୍ଭ ହୋଇଛି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ