ପୁଣି ଭୟଙ୍କର ରୂପ ଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ପକ୍ଷରୁ ୟୁକ୍ରେନର ସହରଗୁଡିକୁ ଟାର୍ଗେଟ କରି ମିଶାଇଲ ମାଡ କରାଯାଉଥିବାରୁ ନାଟୋ ଦେଶଗୁଡିକ ଠାରୁ ୟୁକ୍ରେନ ଅଧିକ ମାତ୍ରାରେ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ନିବେଦନ କରିଛି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ବୈଠକ କରିଛନ୍ତି । ଜି-୭ ଦେଶଗୁଡିକ କିଭଙ୍କୁ ଅଧିକ ସାମରିକ ସହାୟତା କରିବାକୁ ନିଷ୍ପତ୍ତି ନେବା ସହ ମସ୍କୋର ପରମାଣୁ ଆକ୍ରମଣ ନେଇ ସତର୍କ କରାଇଛନ୍ତି । ଏହାରି ଭିତରେ ଜର୍ମାନ ପଠାଇଥିବା ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନରେ ପହଞ୍ଚିଛି । ଯାହା ଋଷର ଆକ୍ରମଣରୁ ୟୁକ୍ରେନ ସହରଗୁଡିକ ସୁରକ୍ଷା ପ୍ରଦାନ କରିବ ବୋଲି କୁହାଯାଇଛି । କିନ୍ତୁ ପୁଟିନ୍ କହିଛନ୍ତି, ପଶ୍ଚିମଦେଶଗୁଡିକ ୟୁକ୍ରେନରେ ଯୁଦ୍ଧ ପାଇଁ ପବର୍ତ୍ତାଉଛନ୍ତି । ନାଟୋ କହିଛି, ଋଷିଆ ସେନା କିଛି ସ୍ଥାନରେ ୟୁକ୍ରେନ ସେନା ଠାରୁ ପରାଜିତ ହେବା ପରେ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛନ୍ତି । ଋଷର ମିଶାଇଲ ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ଜାପୋରିଝିଆ ସହରରେ ଋଷ ଶତାଧିକ ମିଶାଇଲ ମାଡ କରିଥିବା ବେଳେ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ